Odisha Link
Bridging the Missing Links in Odisha

୫୦୦୦ ତାଲିବାନ କଏଦୀ ଜେଲ୍‌ରୁ ମୁକ୍ତ

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଏବେ ତାଲିବାନ ଶାସନ ଆରମ୍ଭ କରିଛି ତାଲିବାନ। ରାଷ୍ଟ୍ରପତି ଭବନକୁ ଅକ୍ତିଆର କରିବା ପରେ ପ୍ରଥମେ ତାଲିବାନ ଜେଲରେ ବନ୍ଦୀ ଥିବା ତାଲିବାନ ସଂଗ୍ରାମୀଙ୍କୁ ମୁକ୍ତ କରିଛି। ଆଫଗାନିସ୍ତାନ ସେନା ଆତ୍ମସମର୍ପଣ କରିବା ପରେ ତାଲିବାନ ବାଗ୍ରାମ ଏୟାର ବେସରୁ ବନ୍ଦୀମାନଙ୍କୁ ମୁକ୍ତ କରିଛି।

ବାଗ୍ରାମ୍ ଏୟାର ବେସରେ ପ୍ରାୟ ୫୦୦୦ତାଲିବାନ ଏବଂ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ସଂଗ୍ରାମୀ ଥିଲେ ବୋଲି ଜଣାପଡ଼ିଛି। ଏବେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଭାରତ ସରକାର ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ୨ ଏୟାରଇଣ୍ଡିଆ ବିମାନକୁ ଶୀଘ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଦିଲ୍ଲୀରୁ ଉଡ଼ାଣ କରି ଦିିନ ୧୨.୩୦ରେ କାବୁଲରେ ପହଞ୍ଚିବାର ଥିଲା ଏବଂ ରାତିି ୮.୩୦ରେ ଉଡ଼ାଣ କରିବାର ଥିଲା।

Leave A Reply

Your email address will not be published.