Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ରୋଷେୟା ସମେତ ୫ ବନ କର୍ମଚାରୀଙ୍କୁ ଜେରା

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି। ପୋଲିସ ପରେ କ୍ରାଇମବ୍ରାଞ୍ଚ ଏବେ ପୁଣିଥରେ ପ୍ରଥମରୁ ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଗସ୍ତର ଆଜି ତୃତୀୟ ଦିନ। ଆଜି କ୍ରାଇମବ୍ରାଞ୍ଚ ଘଟଣା ସହ ସଂପୃକ୍ତ ଥିବା ରୋଷେୟା ମନ୍ମଥ କୁମ୍ଭଙ୍କୁ ଜେରା କରୁଛି। ଏଥିସହ ବନ ବିଭାଗର ଦୁଇ ଏସିଏଫ ସମେତ ୫ ଜଣ ବନ କର୍ମଚାରୀଙ୍କୁ ମଧ୍ୟ ଜେରା କରୁଛି।

କ୍ରାଇମବ୍ରାଞ୍ଚ ଦାୟିତ୍ବ ନେବାର ପ୍ରଥମ ଦିନରେ ପୂର୍ବରୁ ତଦନ୍ତ କରୁଥିବା ଅଧିକାରୀଙ୍କ ସହ ଆଲୋଚନା ପରେ ସୌମ୍ୟଙ୍କ ସରକାରୀ ବାସଭବନରେ ଦୁଇ ଘଣ୍ଟା ଧରି ଯାଞ୍ଚ କରିଥିଲେ। ଗତକାଲି ଘଟଣା ସମ୍ପର୍କିତ ସମସ୍ତ ଦସ୍ତାବିଜକୁ ତର୍ଜମା କରିଛି କ୍ରାଇମବ୍ରାଞ୍ଚ ଟିମ୍।

Leave A Reply

Your email address will not be published.