Odisha Link
Bridging the Missing Links in Odisha

ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକ କରିପାରିବେ ଶବ ସତ୍କାର

ପୁରୀ: ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକ କରିପାରିବେ ଶବ ସତ୍କାର। ପ୍ରାୟ ୪ ମାସ ପରେ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ଶବସତ୍କାର କରିପାରିବେ। କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ। ଏଥିସହ କଡା କୋଭିଡ୍ କଟକଣାରେ ଶବ ସତ୍କାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ ସ୍ୱର୍ଗଦ୍ୱାରରେ ଦାହ କରାଯାଉଥିଲା। ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ ଆଧାରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରାଯାଇପାରିବ। ଶନିବାର ଓ ରବିବାର ଶଟଡାଉନ୍‌ ସମୟରେ ମଧ୍ୟ ଶବଦାହ କରାଯୀବ। ହେଲେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ନ କଲେ ପୁର୍ନବାର କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.