Odisha Link
Bridging the Missing Links in Odisha

୨ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର: ଏସଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଆଜି ୨ କେଜି ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଜଳେଶ୍ବରର ମମତାଜ୍‌ ଖାନ୍‌, ଜଗତସିଂହପୁରର ଉଦୟନାଥ ରଥ, କଟକ ୪୨ ମୌଜାର ପ୍ରଦୀପ ଦାସ ଗିରଫ ହୋଇଛନ୍ତି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ୪ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.