Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଆଜି ଏକ ବଡ ଘୋଷଣା କରିଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟ ଭଲ ଭୋଟ ମିଳିବା ପରେ ଏବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଉପରେ ଫୋକସ କରିଛି ପାର୍ଟି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରାଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ସଂଜୟ ସିଂ ନେତୃତ୍ୱ ନେଉଥିବା ବେଳେ ଏବେ ଉତ୍ତରାଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆପ୍। କର୍ଣ୍ଣଲ ଅଜୟ କୋଠିୟାଲଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପରେ ଅଜୟ କୋଠିୟାଲ କହିଛନ୍ତି କି “ଏହା ମୋ ପାଇଁ ଗର୍ବର ଦିନ, ମୋତେ ଦଳ ତରଫରୁ ଏକ ବଡ ଦାୟିତ୍ୱ ମିଳିଛି, ମୁଁ ଜୀବନରେ ବହୁ ଚ୍ୟାଲେଞ୍ଜକୁ ସାମ୍ନା କରି ଲଢେଇ ଲଢିଛି, ମୋତେ ରାଜନୀତି ଆସେ ନାହିଁ, ମାତ୍ର କେଦାରନାଥ ଦୁର୍ଘଟଣା ମୋତେ ବହୁତ କିଛି ଶିଖାଇ ଦେଇଛି। ”

Leave A Reply

Your email address will not be published.