Odisha Link
Bridging the Missing Links in Odisha

ପେଗାସସ୍ ମାମଲା: କେନ୍ଦ୍ର ସରକାରଙ୍କୁ ୧୦ ଦିନରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ନିରପେକ୍ଷ ତଦନ୍ତ ଦାବିରେ ଆବେଦନ କରିଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ଆଜି ଶୁଣାଣିରେ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କୋର୍ଟକୁ କହିଥିଲେ କି ସରକାର ଏନେଇ ଅଧିକ କିଛି କହିପାରିବେ ନାହିଁ। କାରଣ ଏହା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ। ମେହେଟ୍ଟାଙ୍କ ଏଭଳି ଯୁକ୍ତି ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ନିରପେକ୍ଷ ଯାଂଚ କରାଇବା ଉପରେ ଜବାବ୍ ମାଗିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କେନ୍ଦ୍ରର ପକ୍ଷ ଜାଣିବ। ଏହା ପରେ କୋର୍ଟ ନିଷ୍ପତ୍ତି କରିବ କି ଏହି ମାମଲାରେ କେଉଁ ପ୍ରକାର ଯାଂଚ ହେବ ଓ ଏହି ଯାଂଚ କମିଟିରେ କିଏ ରହିବେ। ଏହା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଦିନ ମଧ୍ୟରେ ହେବ ବୋଲି କୋର୍ଟ କହିଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ କି, ପେଗାସସ୍ ଗୁପ୍ତଚର ମାମଲାରେ ସରକାରଙ୍କ ଆଭିମୁଖ୍ୟ କ’ଣ? ଏନେଇ କେନ୍ଦ୍ରସରକାର ଏକ ଶପଥ ପତ୍ର ଦାଖଲ କରି କହିଥିଲେ ଯେ, ନିୟମ ପାଳନ ନକରି ଭାରତରେ କୌଣସି ତଦାରଖ ହୁଏ ନାହିଁ। ଏହାସହ ସରକାର ଏହି ଘଟଣାରେ ଏକ କମିଟି ଗଠନ କରିବାକୁ ପ୍ରସ୍ତୁତ ବୋଲି ଶପଥ ପତ୍ରରେ ଦର୍ଶାଇଥିଲେ।
କେନ୍ଦ୍ର ସରକାରଙ୍କର ଏଭଳି ଜବାବରେ କୋର୍ଟ ସନ୍ତୋଷ୍ଟ ହୋଇ ନାହାନ୍ତି।

Leave A Reply

Your email address will not be published.