Odisha Link
Bridging the Missing Links in Odisha

ନାମାଙ୍କନ ପର୍ବ; ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ହେଭିଓ୍ବେଟ୍‌ ନେତା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି।

ଏହି କ୍ରମରେ ଆଜି ନାମାଙ୍କନ ଭରିବେ ୪ ବଡ ବଡ ନେତା। କଣ୍ଟାବାଞ୍ଜି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ବଲପୁର ଆସନରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଆସନରୁ ଅରୂପ ପଟ୍ଟନାୟକ, ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ, ବିଜେଡିରୁ ମନ୍ମଥ ରାଉତରାୟ ନାମାଙ୍କନ ଭରିବେ। ଏଥିପାଇଁ ସକାଳୁ ପ୍ରାର୍ଥୀ ମାନେ କସରତ ଜାରି ରଖିଛନ୍ତି।

Leave A Reply

Your email address will not be published.