Odisha Link
Bridging the Missing Links in Odisha

ରାଷ୍ଟ୍ରପତି ଦେଶ ଛାଡି ଥିବାରୁ ମୁଁ ରାଷ୍ଟ୍ରପତି: ପୂର୍ବ ଉପରାଷ୍ଟ୍ରପତି

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ କିପରି ସେଠାରେ ସରକାର ଗଢ଼ିବ ନେଇ ଯୋଜନା କରୁଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ। ତାଲିବାନ ବିରୋଧରେ ସ୍ୱର ଉଠାଇ ସେ ନିଜକୁ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି ଅମରୁଲ୍ଲା କହିଛନ୍ତି।

ଏନେଇ ସେ ନିଜ ଟୁଇଟରରେ ଲେଖିଛନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ପରି ଘଟଣା ବେଳେ ଉପରାଷ୍ଟ୍ରପତି ଦେଶ ଶାସନ ଭାର ନିଜ ହାତକୁ ନେବା କଥା, ଆଉ ଏହି ଆଧାରରେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ବୋଲି କହିଛନ୍ତି ଅମରୁଲ୍ଲା।

କେବଳ ଏତିକି ନୁହେଁ, ତାଲିବାନୀ ବିରୋଧୀ ଶକ୍ତିକୁ ଏକାଠି ହେବାକୁ ସେ ଅପିଲ କରିଛନ୍ତି ଅମରୁଲ୍ଲା କହିଛନ୍ତି, ସେ କେବେ ବି ତାଲିବାନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ।

Leave A Reply

Your email address will not be published.