Odisha Link
Bridging the Missing Links in Odisha

ହାଇତିରେ ଖାଦ୍ୟ ପାଇଁ ହାହାକାର

ହାଇତି: ହାଇତିରେ ଶକ୍ତିଶାଳୀ ଭୂକମ୍ପ କାରଣରୁ ବହୁ ଧନ ଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଅନେକ ସହର ବଡ଼ ବଡ଼ ଅଟ୍ଟାଳିକା  ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି। ଅନେକ ଲୋକ ଏବେବି ମାଟିତଳେ ଦାବି ହୋଇରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ।

ଭୂମିକମ୍ପରେ ବହୁ ହସ୍ପିଟାଲ ଭାଙ୍ଗିଯାଇଥିବାରୁ ଚିକିି୍ସା ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। କିଛି ବିଦ୍ୟାଳୟ ଓ ଖୋଲା ଆକାଶ ତଳେ ଆହତଙ୍କ ଚିକିତ୍ସା ଚାଲୁଛି। ଭୂମିକମ୍ପ ସାଙ୍ଗକୁ ବନ୍ୟା ପରିସ୍ଥିତି ଯୋଗୁଁ ଦେଶରେ ଖାଦ୍ୟ, ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ।

ଭୂମିକମ୍ପରେ ବଂଚିଯାଇଥିବା ଲୋକେ ଏବେ ଖାଦ୍ୟ, ପାନୀୟ ଜଳ ଓ ବାସ ପାଇଁ ବିକଳ ହେଉଛନ୍ତି। ଏଥିରେ ବଡ ଦାୟିତ୍ୱ ଗ୍ରହଣ କରିଛି ଅନ୍ତର୍ଜାତୀୟ ରେଡକ୍ରସ୍। ତେଣୁ ଖାଦ୍ୟ, ଜଳ ଓ ବାସ ପାଇଁ ପଡୋଶୀ ଦେଶକୁ ଅପିଲ କରିଛନ୍ତି ଦେଶବାସୀ।