Odisha Link
Bridging the Missing Links in Odisha

‘ଟାଇଗର-୩’ରେ ସଲମାନଙ୍କ ନୂଆ ଲୁକ୍‌ ଭାଇରାଲ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ଟାଇଗର-୩’ର ସୁଟିଂ ଋଷରେ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଭାଇଜାନଙ୍କ ସହ କ୍ୟାଟ୍ରିନା କେଫ୍‌ ଯୋଡ଼ି ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ସେଟ୍‌ରୁ ଭାଇଜାନ୍‌ଙ୍କ ଫାଷ୍ଟ ଲୁକ୍‌ ଭାଇରାଲ ହୋଇଛି।

ଏହି ଫିଲ୍ମରେ ଭାଇଜାନ୍‌ଙ୍କ ଭିନ୍ନ ଗେଟଅପ୍‌ ରହିଛି। ସଲମାନ ଏକ ଜିନ୍ସ, ଧଳା ଶାର୍ଟ ସହ ରେଡ କଲରର ଜ୍ୟାକେଟ୍‌କୁ ମ୍ୟାଚିଂ କରିଛନ୍ତି। ଏହାବାଦ ଲମ୍ବା ଲମ୍ବା ଲମ୍ବା ଚୁଟି ସାଙ୍ଗକୁ ବ୍ରାଉନ୍‌ କଲର ଦାଢ଼ିରେ ସଲମାନ ନଜର ଆସିଛନ୍ତି। ଏହି ଫଟୋ ଜଣେ ଫ୍ୟାନ୍‌ ନିଜ ଇନଷ୍ଟାଗ୍ରାମ୍‌ରେ ଅପଲୋଡ କରିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଫିଲ୍ମରେ ସଲମାନଙ୍କ ସହ ଚିକନି ଚମେଲି ଲିଡ ରୋଲ କରୁଥିବା ବେଳେ ତାଙ୍କ ଲୁକ୍‌ କିନ୍ତୁ ବାହାରକୁ ଆସି ନାହିଁ। ଋଷରେ ବି ସଲମାନଙ୍କ ଫ୍ୟାନ୍ସ ସଲମାନଙ୍କ ଏକ ଝଲକ ପାଇବାକୁ ଭିଡ କରିଛନ୍ତି।

ସୂଚନାଯୋଗ୍ୟ, ଟାଇଗର ସିରିଜିର ଏହା ହେଉଛି ତୃତୀୟ ଫିଲ୍ମ। ପୂର୍ବରୁ ୨୦୧୨ ମସିହାରେ ‘ଏକ ଥା ଟାଇଗର’ ଆସିଥିବା ବେଳେ ‘ଟାଇଗର ଜିନ୍ଦା ହେ’ ୨୦୧୭ ମସିହାରେ ଆସିଥିଲା। ଉଭୟ ଫିଲ୍ମରେ ସଲମାନ-କ୍ୟାଟ୍ରିନାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିବା ବେଳେ ଫିଲ୍ମ ସୁପରହିଟ୍‌ ହୋଇଥିଲା। ତେଣୁ ଏବେ ଏହି ଫିଲ୍ମ କ’ଣ କମାଲ ଦେଖାଉଛି ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.