Odisha Link
Bridging the Missing Links in Odisha

କାବୁଲରୁ ବିମାନରେ ସ୍ଥାନାନ୍ତରଣ ବେଳେ ପ୍ରସବ କଲେ ମହିଳା

କାବୁଲ: କାବୁଲରୁ ଆମେରିକୀୟ ବିମାନରେ ସ୍ଥାନାନ୍ତରଣ ବେଳେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା। ଜର୍ମାନୀର ରାମଷ୍ଟେନ ଏୟାରବେସରେ ଅବତରଣ କରିବା କ୍ଷଣି, ବ୍ୟକ୍ତିବିଶେଷଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତରଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ବିମାନରେ ଥିବା ଜଣେ ଆଫଗାନ ମହିଳା ଗୋଟିଏ କନ୍ୟା ପ୍ରସବ କରିଛନ୍ତି।

ଏନେଇ ଟୁଇଟ୍ କରି ଦି ୟୁଏସ ଏୟାର ମୋବିଲିଟି କମାଣ୍ଡ କହିଛି, ଯେ ତାଲିବାନମାନେ ଆଫଗାନ ଦଖଲ କରିବାରୁ ଖସି ପଳାଇ ଆସିଥିବା ମହିଳା ଜଣଙ୍କ ତାଙ୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସି-୧୭ ପରିବହନକାରୀ ବିମାନରେ ଯାତ୍ରା କରୁଥିବାବେଳେ ପ୍ରସବ ଯନ୍ତ୍ରଣା ପାଇଥିଲେ।

ବିମାନଟି ଆକାଶର ୨୮ ହଜାର ଫୁଟ ଉଚ୍ଚରେ ଉଡୁଥିବାବେଳେ ବିମାନରେ ନିମ୍ନ ବାୟୁଚାପ ଯୋଗୁଁ ମାଆ ହେବାକୁ ଯାଉଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡିଥିଲା ବୋଲି ଆମେରିକୀୟ ବାୟୁସେନା କହିଛି। ତେଣୁ ବାୟୁଚାପ ବୃଦ୍ଧି ପାଇଁ ବିମାନ ଉଡାଣର ଉଚ୍ଚତା ହ୍ରାସ କରିବା ପାଇଁ ବିମାନର କମାଣ୍ଡର ସ୍ଥିର କରିଥିଲେ। ଫଳରେ ଆସନ୍ନ ପ୍ରସବାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ସହ ଜୀବନ ରକ୍ଷା ହୋଇ ଯାଇଥିଲା। ପ୍ରସବ ପରେ ଉଭୟ ନବଜାତକ ଓ ମାଙ୍କ ନିକଟବର୍ତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉଭୟ ସୁସ୍ଥ ଅଛନ୍ତି।

 

Leave A Reply

Your email address will not be published.