Odisha Link
Bridging the Missing Links in Odisha

୧୬ଜଣ ଆଫଗାନିସ୍ତାନ ଫେରନ୍ତା କରୋନା ପଜିଟିଭ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇ ଦିଲ୍ଲୀରେ ପହଞ୍ଚିଥିବା ୮୭ଜଣଙ୍କ ମଧ୍ୟରୁ ୧୬ଜଣ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଉକ୍ତ ୭୮ଜଣଙ୍କୁ ‘କ୍ବାରେଣ୍ଟିନ୍‌’ରେ ରଖାଯାଇଛି।

ପଜିଟିଭ୍ ହୋଇଥିବା ୧୬ଜଣ ଆଫଗାନିସ୍ତାନ ଫେରନ୍ତା ହେଉଛନ୍ତି ଲକ୍ଷଣବିହୀନ ରୋଗୀ। ସେମାନଙ୍କ ଶରୀରରେ ଭୂତାଣୁ ସଂକ୍ରମିତ ହୋଇଥିବାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ସଂକ୍ରମିତ ୧୬ଜଣଙ୍କ ମଧ୍ୟରେ ଅଛନ୍ତି କାବୁଲରୁ ଶିଖ୍‌ ପବିତ୍ର ଧର୍ମଗ୍ରନ୍ଥ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ତିନିଜଣ ଗ୍ରନ୍ଥି।

ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ଉକ୍ତ ପବିତ୍ର ଧର୍ମଗ୍ରନ୍ଥଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଗ୍ରହଣ କରିଥିବା ସହ ଗୋଟିକୁ ସସମ୍ମାନ ନିଜ ମୁଣ୍ଡରେ ବୋହି ଆଣିଥିଲେ।

Leave A Reply

Your email address will not be published.