ଆସନ୍ତା ୨୭ରୁ ଏସସିବିରେ ଇକ୍ମୋ ସେବା ଆରମ୍ଭ

କଟକ: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଇକ୍ମୋ ଚିକିତ୍ସା। ଆସନ୍ତା ୨୭ରୁ କଟକ ଏସସିବିରେ ଆରମ୍ଭ ହେବ ଇକ୍ମୋ ଚିକିତ୍ସା। ଏସସିବିରେ ସମୁଦାୟ ୯ଟି ଇକ୍ମୋ ମେସିନ୍ ରହିବ। ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ ହେବ। ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଥିଲା ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।
ପୂର୍ବରୁ ଭୁବନେଶ୍ବର ଏମ୍ସରେ ଇକ୍ମୋ ସେବା ଆରମ୍ଭ ହୋଇଛି। ଗରିବ ଲୋକଙ୍କୁ ମାଗଣାରେ ଇକ୍ମୋ ସେବା ଯୋଗାଇ ଦିଆଯାଉଛି। କୋଭିଡ ଆକ୍ରାନ୍ତ ହେବା ପରେ ଲୋକଙ୍କର ଇକ୍ମୋ ଚିକିତ୍ସାର ଆବଶ୍ୟକତା ହେଉଛି।