Odisha Link
Bridging the Missing Links in Odisha

କାଶ୍ମୀରକୁ ଭାରତଠୁ ମୁକ୍ତ କରି ପାକିସ୍ତାନକୁ ଦେବ ତାଲିବାନ: ନୀଲ ଇରଶଦ

ପାକିସ୍ତାନ: ତାଲିବାନ ଆଫଗାନିସ୍ତାନକୁ କବଜା କରିବାରେ ପାକିସ୍ତାନର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାର ମଧ୍ୟରେ ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ କାଶ୍ମୀର ଓ ତାଲିବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ଶାସକ ଦଳ ନେତ୍ରୀ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନ ଶାସକ ଦଳ ତେହରିକ ଇ ଇନସାଫ ପାର୍ଟି ନେତ୍ରୀ ନୀଲ ଇରଶଦ ଶେଖ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଯେ ତାଲିବାନ ପାକିସ୍ତାନ ସହ ଅଛନ୍ତି ଏବଂ ପାକିସ୍ତାନକୁ ଭରସା ଦେଇଛନ୍ତି, ଯେ କାଶ୍ମୀରକୁ ଭାରତ ଠାରୁ ମୁକ୍ତ କରି ପାକିସ୍ତାନକୁ ଦେବେ। ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତାଲିବାନ କାବୁଲ କବଜା କରିବା ନେଇ ସାରା ବିଶ୍ୱ ଚିନ୍ତି ଥିବା ବେଳେ ଇମ୍ରାନ ଖାନଙ୍କ ଦଳର ନେତା ଓ ନେତ୍ରୀ ଖୁସିରେ ଆତ୍ମହରା ହୋଇପଡୁଛନ୍ତି।

Leave A Reply

Your email address will not be published.