Odisha Link
Bridging the Missing Links in Odisha

ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ, ଜରୁରୀକାଳୀନ ଅବତରଣ

ନାଗପୁର: ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ। ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବାଂଲାଦେଶର ଏକ ବିମାନର ପାଇଲଟଙ୍କୁ ଅଚାନକ ହୃଦଘାତ ହୋଇଛି। ଏହାପରେ ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ତେବେ ପାଇଲଟ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ୱର ସୁରକ୍ଷିତ ରହିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବାଂଲାଦେଶର ଏହି ବିମାନ ମୋସ୍କଟ ଯାଉଥିଲା। ବିମାନଟି ଭାରତ ଉପରେ ଯାଉଥିବା ବେଳେ ପାଇଲଟଙ୍କୁ ହୃଦଘାତ ହୋଇଛି। ଏହି ସମୟରେ ବିମାନଟି ରାୟପୁର ପାଖରେ ଥିଲା। ଏହାପରେ ବିମାନଟି କୋଲକାତା ଏଟିଏସକୁ ବିମାନରେ ଘଟିଥିବା ଘଟଣା ବାବଦରେ ଅବଗତ କରାଇଥିଲା। ଜରୁରୀକାଳୀନ ଭାବରେ ଅବତରଣ କରିବାକୁ ଚାହୁଁଛି ବୋଲି କହିଥିଲା।

କୋଲକାତା ଏଟିଏସ ବିମାନକୁ ନାଗପୁରରେ ଅବତରଣ କରିବାକୁ କହିଥିଲେ। ଯାହାକି ବିମାନ ପାଇଁ ସବୁଠାରୁ ପାଖ ଥିଲା। ପରେ ବିମାନଟି ୧୧ଟା ୪୦ ମିନିଟ ସମୟରେ ନାଗପୁରରେ ଜରୁରୀକାଳୀନ ଭାବରେ ଅବତରଣ କରିଛି। ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.