Odisha Link
Bridging the Missing Links in Odisha

୧୪ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଇ-ଯାନ ପଲିସି ଉପରେ ବାଜିଲା ମୋହର। ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ।ଇ-ଯାନ କିଣିଲେ ଆର୍ଥିକ ରିହାତି ସହ ପଞ୍ଜୀକରଣ ଦେୟ ଓ ରୋଡ ଟିକସ ଛାଡ କରିବାର ବ୍ୟବସ୍ଥା କରାଯାଇଛି। ୨୦୨୫ ସୁଦ୍ଧା ପଞ୍ଜୀକୃତ ହେଉଥିବା ଯାନର ୨୦% ଇ-ଯାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଇ-ଯାନ ଉତ୍ପାଦନକାରୀ କମ୍ପାନିକୁ ମଧ୍ୟ ଆର୍ଥିକ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି।

ଏହା ବ୍ୟତୀତ ପୁରୁଣା ଗାଡି ଗୁଡିକୁ ସ୍କ୍ରାପ ପାଇଁ ପୋତ୍ସାହିତ କରିବା ସହ ବୈଦ୍ୟୁତିକ ଗାଡି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡର ବ୍ୟବସ୍ଥା ରହିବ। ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏବେ ଇ-ଯାନ ଉପରେ ଗୁରୁତ୍ୱ ଦିଆଯାଉଛି।

ଏହାସହ ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଓଡ଼ିଶା ଭେଟେନାରୀ ସର୍ଭିସ୍‌ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି।

Leave A Reply

Your email address will not be published.