Odisha Link
Bridging the Missing Links in Odisha

ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ଆଜି କଟକ ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ ହେବ। ଏଥିପାଇଁ ଆଜି କଟକ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମଧ୍ୟାହ୍ନରେ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସ୍‌ସିବି ଆସିବା ବାଟରେ ସେ ସଂପ୍ରସାରିତ ତାଳଦଣ୍ଡା କେନାଲ୍‌ ରୋଡ୍‌ ବୁଲି ଦେଖିବେ। ଏହି ଗସ୍ତ ପାଇଁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦିନ ପ୍ରାୟ ସାଢ଼େ ୧୧ଟାରେ ମୁଖମନ୍ତ୍ରୀ ନବୀନ ନିବାସ ଛାଡ଼ିବେ। ଏହା ପରେ ବିଜୁପଟ୍ଟନାୟକ ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ କଟକ ଆସିବେ। ଦିନ ପ୍ରାୟ ୧୧ଟା ୫୫ ମିନଟ୍‌ରେ ବୋସ୍‌ ସ୍କୁଲ୍‌ ଖେଳପଡ଼ିଆରେ ଅସ୍ଥାୟୀ ଭାବେ ନର୍ମାଣ ହୋଇଥିବା ହେଲିପ୍ୟାଡ୍‌ରେ ପହଞ୍ଚିବେ। ଏହା ପରେ ସେ କାର୍‌ ଯୋଗେ ଏସ୍‌ସିବି ଅଭିମୁଖେ ବାହାରିବେ। ଏହି ଅବସରରରେ ନୂତନ ତାଳଦଣ୍ଡା ସଂପ୍ରସାରିତ ରୋଡ୍‌ ବୁଲି ଦେଖିବେ। ଯୋବ୍ରା ନିକଟରେ ‘ଆଇ ଲଭ୍‌ ୟୁ କଟକ’ ସାଇନ୍‌ ବୋର୍ଡ ପାଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅଟକିବେ। ପରେ ଏସ୍‌ସିବି କାର୍ଡିଓଥୋରାସିସ୍‌ ୱାର୍ଡରେ ଥିବା ‘ଏକ୍‌ମୋ’ ୟୁନିଟ୍‌ରେ ପହଞ୍ଚି ଉଦ୍‌ଘାଟନ କରିବେ। ସେଠାରେ କିଛି ସମୟ କଟାଇବା ପରେ ଭୁବନେଶ୍ୱର ଫେରିଯିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୮ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ। ଏଥିସହିତ ୬୦ ଜଣ ଅଫିସର ଓ ବରିଷ୍ଠ ଅଫିସର ମଧ୍ୟ ଦାୟିତ୍ୱରେ ଅଛନ୍ତି। ୪୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏସିପି ଓ ୩ ଜଣ ଏଡିସିପି ସୁରକ୍ଷା ତଦାରଖ କରୁଛନ୍ତି।

Leave A Reply

Your email address will not be published.