Odisha Link
Bridging the Missing Links in Odisha

ମନ୍ଦିରକୁ ରୂପା ଗଞ୍ଜେଇ ଗଛ ଦାନ କଲେ ଚାଷୀ

ଜୟପୁର: ମାନସିକ ପୂରଣ ହେବାରୁ ମନ୍ଦିରକୁ ରୂପାର ଗଞ୍ଜେଇ ଗଛ ଦାନ କଲେ ଚାଷୀ। ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଥିବା ଶ୍ରୀ ସାନୱାଲିଆ ଜୀ ମନ୍ଦିରକୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ରୂପାର ଗଞ୍ଜେଇ ଗଛ ଦେଇଛନ୍ତି। ଏହି ବ୍ୟକ୍ତିଜଣକ ମନ୍ଦିରକୁ ୧୦୦ ଗ୍ରାମ ଓଜନର ରୂପା ଗଞ୍ଜେଇ ଗଛ ଦେଇଛନ୍ତି।

ସୂଚନା ମୁତାବକ ସାନୱାଲିଆ ଜୀ ମନ୍ଦିରରେ ଭକ୍ତମାନେ ମାନସିକ ପୂରଣ ହେଲେ କଣ ଦାନରେ ଦେବେ ବୋଲି କହିଥାନ୍ତି। ଯେତେବେଳେ ମାନସିକ ପୂରଣ ହୁଏ ଭକ୍ତ ସେହି ଦାନ ମନ୍ଦିରକୁ ଦେଇଥାନ୍ତି। କିନ୍ତୁ ଦାନ ଦେଇଥିବା ଭକ୍ତ ସେମାନଙ୍କ ନାମ ସାର୍ବଜନୀନ କରନ୍ତି ନାହିଁ । ନିୟମ ମୁତାବକ ମଧ୍ୟପ୍ରଦେଶ ନିମଚର ଜଣେ କୃଷକ ରୂପାର ଏହି ଗଞ୍ଜେଇ ଗଛ ଦେଇଛନ୍ତି।

ଗଞ୍ଜେଇ ଚାଷୀମାନେ ବହୁ କଷ୍ଟରେ ନାର୍କୋଟିକ୍ସ ବିଭାଗ ଠାରୁ ଲାଇସେନ୍ସ ପାଆନ୍ତି। ବେଳେବେଳେ ଦିଆଯାଇଥିବା ଲାଇସେନ୍ସ ମଧ୍ୟ ପ୍ରତ୍ୟାହାର କରାଯାଏ। ଗଞ୍ଜେଇ ଗଛର ଯତ୍ନ ନେବା ସହ ଚୋରା ଚାଲାଣକାରୀଙ୍କଠାରୁ ରକ୍ଷା କରିବାକୁ ଗଞ୍ଜେଇ ଚାଷୀମାନେ ବହୁତ ପରିଶ୍ରମ କରିଥାନ୍ତି। ଏହି କୃଷକ ଜଣକ ପ୍ରାୟ ୭ ମାସ ପୂର୍ବରୁ ମନ୍ଦିରକୁ ଆସି ମାନସିକ କରିଥିଲେ ଯେ ଯଦି ତାଙ୍କର ଗଞ୍ଜେଇ ଚାଷ ସଫଳ ହୁଏ ଓ ଚୋରା ଚାଲାଣକାରୀ ଏହାକୁ ଚୋରି ନ କରନ୍ତି, ତେବେ ସେ ଏକ ରୂପାର ଗଞ୍ଜେଇ ଗଛ ଦେବେ। ତାଙ୍କର ମାନସିକ ପୂରଣ ହୋଇଥିବାରୁ ସେ ଦାନ ସୂତ୍ରରେ ଏହି ଗଞ୍ଜେଇ ଗଛ ଦେଇଛନ୍ତି।

Leave A Reply

Your email address will not be published.