Odisha Link
Bridging the Missing Links in Odisha

ଆଜି ପବିତ୍ର ଜନ୍ମାଷ୍ଟମୀ, କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାରାଗାରରେ କୃଷ୍ଣଙ୍କର ଜନ୍ମ ହୋଇଥିଲା। ଦେବକୀଙ୍କର ଅଷ୍ଟମ ଗର୍ଭର ସନ୍ତାନ ଭାବେ ଜନ୍ମ ହୋଇଥିଲେ କୃଷ୍ଣ। ଏହି ଦିନକୁ ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ମନ୍ଦିରରେ ଉତ୍ସାହର ସହିତ ପାଳନ ହେଉଛି। କରୋନା କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା।

ପ୍ରବଳ ବର୍ଷା ରାତ୍ରୀରେ ପିତା ବାସୁଦେବ ଉଛୁଳା ଯମୁନା ନଦୀ ମଧ୍ୟରେ ତାଙ୍କୁ ଗୋପପୁରକୁ ନେଇଥିଲେ। ସେଠାରୁ ବିଜୁଳି କନ୍ୟାକୁ ସାଙ୍ଗରେ ଧରି ଆସିଥିଲେ। ଏଥିପାଇଁ ସାରା ଭାରତରେ ଜନ୍ମାଷ୍ଟମୀର ମଧ୍ୟ ରାତ୍ରୀରେ କୃଷ୍ଣ ଜନ୍ମନୀତି ସହ ବିଶେଷ ପୂଜାର୍ଚ୍ଚନାର ଆୟୋଜନ ହୋଇଛି।

କୋଭିଡ କଟକଣା ମଧ୍ୟରେ ଶ୍ରୀକୃଷ୍ଣଙ୍କ ପାରମ୍ପରିକ ଜନ୍ମରୀତି ନୀତି କରାଯାଉଛି। ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବାରୁ ମନ୍ଦିର ଗୁଡ଼ିକରେ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନଙ୍କର ପ୍ରବେଶ ଅନୁମତି ଦିଆଯାଉଛି।