Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ସହଶିକ୍ଷା ଉପରେ ଲାଗିଲା ରୋକ୍

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର ପରେ ତାଲିବାନୀଙ୍କ ରାଜ। ଆଫଗାନିସ୍ତାନରେ ସହଶିକ୍ଷା ଉପରେ ଲାଗିଲା ରୋକ୍।ଆଫଗାନିସ୍ତାନରେ ନୂତନ ସରକାର ଗଠନ କରିବା ପାଇଁ ଚେଷ୍ଟା କରୁଥିବା ତାଲିବାନ ଶେଖ ଅବଦୁଲ ବାକି ହକାନୀଙ୍କୁ ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। କ୍ଷମତା ଦଖଲ ପରେ ପୁରୁଣା ଶାସନ ଢ଼ାଞ୍ଚା ଆପଣାଇଛି ତାଲବାନ୍। ଆଫଗାନିସ୍ତାନରେ ମହିଳାଙ୍କୁ ଅଧିକାର ଦେବାର ପ୍ରତିଶ୍ରୁତି ଦେଇ ମଧ୍ୟ ସହ-ଶିକ୍ଷା ଉପରେ ପ୍ରତିବନ୍ଧକ ଘୋଷଣା କରିଛି ତାଲିବାନ୍। ଏଥିସହ ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଆଫଗାନିସ୍ତାନର ମୋଟ୍ ୩୪ଟି ପ୍ରଦେଶରୁ ୩୩ ଟି ଦଖଲ କରିଥିବା ତାଲିବାନ୍ ଦିନକୁ ଦିନ ଆହୁରି କଠୋର କଟକଣା ଲାଗୁ କରୁଛି। ମହିଳାଙ୍କ ଅଧିକାର ଉପରେ ଧୀରେ ଧୀରେ ବ୍ୟାନ୍ ଲଗାଉଛି ତାଲିବାନ। ବର୍ତ୍ତମାନ ସିରିଆ ଆଇନ ଅନୁଯାୟୀ ମହିଳାଙ୍କୁ ଶିକ୍ଷା ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ଶିକ୍ଷା ମନ୍ତ୍ରୀ ହକାନୀ। ତାଲିବାନଙ୍କ ଏହି ପଦକ୍ଷେପକୁ ଅନେକ ଲୋକ ନିନ୍ଦା କରିଛନ୍ତି। ତାଲିବାନଙ୍କ କାବୁଲ ଦଖଲ ପରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏପରି ସ୍ଥିତିରେ ନାହାଁନ୍ତି ଯେ ସେମାନେ ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଶ୍ରେଣୀର ବ୍ୟବସ୍ଥା କରିପାରିବେ।

ଆଫଗାନିସ୍ତାନ ଜଣେ ସାମ୍ବାଦିକ ବଶିର ଅହମ୍ମଦ ଗ୍ୱାଖ୍ ଟ୍ୱିଟରେ ଏକ ପୋଷ୍ଟ କରି କହିଛନ୍ତି, ତାଲିବାନ ଆନୁଷ୍ଠାନିକ ଭାବେ ସହ-ଶିକ୍ଷା ଉପରେ ବ୍ୟାନ୍ ଘୋଷଣା କରିଛି। ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇ‍ବେ ନାହିଁ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଅନେକ ଝିଅ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ। କାରଣ ବିଶ୍ୱବିଦ୍ୟାଳୟ ଗୁଡ଼ିକ ରୋଜଗାର କରିବାକୁ ସକ୍ଷମ ନାହାନ୍ତି କି ସେଠାରେ ପର୍ଯ୍ୟାପ୍ତ ମାନବ ସମ୍ବଳ ନାହିଁ। ଆଫଗାନିସ୍ତାନର ହେରାତ ପ୍ରଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପୂର୍ବରୁ ସହ-ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇ ସାରିଥିଲା ତାଲିବାନ୍।

Leave A Reply

Your email address will not be published.