Odisha Link
Bridging the Missing Links in Odisha

ନାବାଳିକାକୁ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ

ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା। ବୁର୍ଲାରେ ଦଳିତ ନାବାଳିକାକୁ ଶାରିରୀକ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ବୁର୍ଲାରେ ରହୁଥିବା ଏକ ପରିବାର ଭୁବନେଶ୍ୱରରେ ରହୁଥିବା ସମ୍ପର୍କୀୟଙ୍କ ଘର କାମ କରିବା ପାଇଁ ଆଣି ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଝିଅର ପାଠପଢା ଓ ସମସ୍ତ ସୁବିଧା ଅସୁବିଧା ବୁଝିବା ସହ ତାକୁ କିଛି ଟଙ୍କା ଦେବା କଥା କହି ପୀଡିତାଙ୍କୁ ବୁର୍ଲାରୁ ଭୁବନେଶ୍ୱର ଅଣାଯାଇଥିଲା।

ପ୍ରଥମେ ସବୁକିଛି ଠିକ୍ ଚାଲିଥିବା ବେଳେ ପରେ ପରେ ନାବାଳିକାଙ୍କୁ ଶାରିରୀକ ନିର୍ଯାତନା ଦେବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୬ମାସ ହେଲା ପୀଡିତାଙ୍କ ପରିବାର ତାଙ୍କ ସହ ଯୋଗାଯୋଗ କରିପାରୁନଥିଲେ ଏନେଇ ବୁର୍ଲାରେ ଥିବା ପରିବାରକୁ ବାରମ୍ବାର କହିବା ପରେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ପରେ ପୀଡିତାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ ଦେବା ନେଇ କହିବା ପରେ ପୀଡିତାଙ୍କୁ ଆଣି ତାଙ୍କ ଘରେ ଛାଡିଦେଇଥିଲେ ବୁର୍ଲାର ପରିବାର।

ପରେ ପୀଡିତା ସମସ୍ତ ଘଟଣା ସମ୍ପର୍କରେ ନିଜ ପରିବାର ସଦସ୍ୟଙ୍କୁ କହିବା ପରେ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘର କାମ କରାଇବା ସହ ମାଡପିଟ କରୁଥିଲେ ଏବଂ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଏପରିକି ଦେହରେ ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିବା ନେଇ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି।

Leave A Reply

Your email address will not be published.