Odisha Link
Bridging the Missing Links in Odisha

ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ

ଭବାନୀପାଟଣା: ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେସିଙ୍ଗା ଥାନା ଧନରମାଲ ଗାଁରେ। ଗୁରୁତର ସ୍ତ୍ରୀ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ,  ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ଗତକାଲି ରାତିରେ ସ୍ବାମୀ ପ୍ରକାଶନୀଙ୍କ ଗଳାକାଟି ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ। ଆଜି ସକାଳୁ ପଡ଼ୋଶୀ ଉଦ୍ଧାର କରିଛନ୍ତି। ଆଜି ସକାଳୁ ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସ୍ବାମୀ ନିହାର ସାହାଣୀ ଫେରାର ଥିବା ଜଣାପଡିଛି।

Leave A Reply

Your email address will not be published.