Odisha Link
Bridging the Missing Links in Odisha

”ଗୀତା” ପଢ଼ି ଜିତିଲେ ପାରାଲିମ୍ପିକ୍‌ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକରେ ଦମଦାର ପ୍ରଦର୍ଶନ କରୁଛି ଭାରତୀୟ ଦଳ। ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୦ଟି ପଦକ ହାତେଇ ସାରିଲାଣି। ଏସବୁ ମଧ୍ୟରେ ହାଇଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାର ସବୁଠି ଚର୍ଚ୍ଚାରେ।

ଶରଦ କୁମାର ଆଣ୍ଠୁରେ ଆଘାତ କାରଣରୁ ପାରା ଅଲିମ୍ପିକ୍ସ ଟି ୪୨ ହାଇ ଜମ୍ପ ଫାଇନାଲ୍‌ରୁ ନିଜ ନାମ ଫେରାଇ ନେବାକୁ ଚିନ୍ତା କରୁଥିଲେ। ମାତ୍ର ଭାରତରେ ପରିବାର ସହ ଆଲୋଚନା ପରେ ଫାଇନାଲ୍ ମୁକାବିଲାର ଗୋଟିଏ ରାତି ପୂର୍ବରୁ ଭଗବଦ ଗୀତା ପଢିବାରୁ ତାଙ୍କ ଚିନ୍ତା ଲାଘବ ହୋଇଥିଲା ଏବଂ ଫାଇନାଲ୍ ମୁକାବିଲାରେ ଦମଦାର ପ୍ରଦର୍ଶନ କରି କାଂସ୍ୟ ପଦକ ନିଜ ନାମରେ କରିଛନ୍ତି।

ସେ କହିଛନ୍ତି, ବ୍ରୋଞ୍ଜ ପଦକ ଜିତି ବହୁତ ଭଲ ଲାଗୁଛି କାରଣ ମୋତେ ସୋମବାର ଅଭ୍ୟାସ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା। ମୁଁ ପୂରା ରାତି କାନ୍ଦିଥିଲି ଏବଂ ନାଁ ଫେରାଇ ନେବାକୁ ଚିନ୍ତା ମଧ୍ୟ କରୁଥିଲି। ହେଲେ ବାପାଙ୍କ ସହ କଥା ହେବା ପରେ ମୋତେ ଭଗବଦ ଗୀତା ପଢିବାକୁ କହିଥିଲେ ଏବଂ ମୋତେ କହିଲେ ତୁ ଯାହା କରି ପାରିବୁ ତାହା ଉପରେ ଧ୍ୟାନ କେନ୍ଦ୍ରିତ କର, ଯାହା ଉପରେ ତୋର ନିୟନ୍ତ୍ରଣ ନାହିଁ ସେ କଥା ଚିନ୍ତା କର ନାହିଁ। ମୁଁ ବାପାଙ୍କ କଥା ଶୁଣିବା ପରେ ଭଗବଦ ଗୀତା ପଢିଥିଲି। ଆଘାତକୁ ଭୁଲି ପ୍ରତିଯୋଗିତାକୁ ଏକ ଯୁଦ୍ଧ ଭଳି ନେଲି ଏବଂ ଆଜି ପଦକ ଜିତିବାରେ ସଫଳ ହେଲି।

Leave A Reply

Your email address will not be published.