Odisha Link
Bridging the Missing Links in Odisha

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ। ହୃଦଘାତ ଯୋଗୁଁ ତାଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୪୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଖବର ଅନୁଯାୟୀ, ଅଭିନେତା ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ସମୟରେ କିଛି ଔଷଧ ଖାଇଥିଲେ। ଯାହାପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ମୁମ୍ବାଇ ସ୍ଥିତ କୁପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି।  

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଥିଲେ ସିଦ୍ଧାର୍ଥ।ବିଗବସ୍ ସିଜନ ୧୩ର ବିଜେତା ହୋଇଥିଲେ ସିଦ୍ଧାର୍ଥ। ସିରିୟଲ ବାଲିକା ବଧୁରେ ଆକ୍ଟର ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କର ମୃତ୍ୟୁ ଖବର ଆସିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଟେଲି ଅଭିନେତା ଥିଲେ ସିଦ୍ଧାର୍ଥ।

ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିଲେ। ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରେ ସେ ଟିଭିରେ ଡେବ୍ୟୁ କରିଥିଲେ। ୨୦୦୮ରେ ବାବୁଲ କା ଆଙ୍ଗନ ଛୁଟେ ନା ଟିଭି ସିରିୟଲ ରେ ତାଙ୍କୁ ଦେଖିବାକୁ ମିଳିଥିଲା କିନ୍ତୁ ବାଳିକା ବଧୁ ସିରିୟଲ ସିଦ୍ଧାର୍ଥଙ୍କୁ ନୂଆ ପରିଚୟ ଦେଇଥିଲା।

Leave A Reply

Your email address will not be published.