Odisha Link
Bridging the Missing Links in Odisha

ମୌସୁମୀ ଅଧିବେଶନ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ମୁଲତବୀ ହୋଇଯାଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ହାଲାବୋଲ କରିବାରୁ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ। କଂଗ୍ରେସ ବିଧାୟକମାନେ ମରୁଡ଼ି ସଂକ୍ରାନ୍ତୀୟ ଆଲୋଚନାରେ ଅଡ଼ି ବସିଥିବାବେଳେ ବିଜେପି ବିଧାୟକମାନେ ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବି କରି ନାରାବାଜି କରିଥିଲେ।

ବିଧାୟକ ସୁର ରାଉତରାୟ, ତାରା ବାହିନୀପତି ଓ ନାଉରୀ ନାଏକ ସଚିବଙ୍କ ଚଉକି ଉପରେ ଠିଆ ହୋଇ ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିଲେ। ଉଭୟ ଦଳର ବିଧାୟକମାନଙ୍କ ସ୍ଲୋଗାନବାଜିରେ ଗୃହ କମ୍ପି ଉଠିଥିଲା ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ।

ସର୍ବଦଳୀୟ ବୈଠକ ସଂକ୍ରାନ୍ତରେ ବାଚସ୍ପତି ସୂଚନା ଦେଇ କହିଥିଲେଯେ, ପୁଣି ଥରେ ଗୃହରେ ମରୁଡ଼ି ସଂକ୍ରାନ୍ତୀୟ ଆଲୋଚନା କରାଯିବ। ଏନେଇ ସରକାର ବିହିତ ପଦକ୍ଷେପ ନେବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି। ତଥାପି ବି ବିରୋଧୀ ସନ୍ତୁଷ୍ଟ ହୋଇନଥିଲେ। ଗୃହରେ ହାଲାବୋଲ ଜାରି ରହିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଛନ୍ତି।

Leave A Reply

Your email address will not be published.