କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ
ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ର ଅଶାନ୍ତି। କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି।
ଗୋଷ୍ଠୀ ସଂଘର୍ଷରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ବଡଗଡ଼ ଥାନା ପକ୍ଷରୁ ୩୦ ଜଣଙ୍କୁ ଅଟକ ରଖାଯାଇଛି। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ହୋଇଥିବା ଜଣାପଡିଛି। ଏହାସହ ଜାତିଆଣ ଆକ୍ଷେପ ଯୋଗୁ ସଂଘର୍ଷ ତୀବ୍ରତର ହୋଇଛି। କଲେଜ ସାମ୍ନାରେ ଧାରଣାରେ ବସି ରହିଛନ୍ତି ଶତାଧିକ ଛାତ୍ରଛାତ୍ରୀ।
ଗଣ୍ଡଗୋଳ ଯୋଗୁଁ ଖାରବେଳ ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି। ଗଣ୍ଡଗୋଳକୁ ଆଖି ଆଗରେ ରଖି ବିଜେବି କଲେଜ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।