Odisha Link
Bridging the Missing Links in Odisha

ଆଜିଠୁ ଯୁକ୍ତ ୨ ସ୍ବତନ୍ତ୍ର ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ବର: କରୋନା କାଳରେ ବିନା ପରୀକ୍ଷାରେ ପ୍ରକାଶ ପାଇ ସାରିଛି ଯୁକ୍ତ ୨ ପରୀକ୍ଷା ଫଳ। ହେଲେ କିଛି ଛାତ୍ରଛାତ୍ରୀ ତାଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ମିଳିଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଓ ଆଦୌ ପରୀକ୍ଷା ଦେଇନଥିବା ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଦେଇପାରିବେ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା। ଯେଉଁ ଛାତ୍ରଛାତ୍ରୀମାନଙ୍କୁ ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି ହୋଇଥିଲା, ସେମାନେ ଏହି ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ। ଶୁକ୍ରବାର ଅପରାହ୍ନ ୨ଟାରୁ ପଞ୍ଜିକରଣ ଆରମ୍ଭ ହେବ। ଯାହା ୯ ତାରିଖ ଅପରାହ୍ନ୧ଟାରେ ସରିବ।

ଏପରିକି ଯେଉଁମାନେ ଅଫଲାଇନରେ ଏହି ଲିଖିତ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି। ଏହି ସ୍ୱତନ୍ତ୍ର ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ। ପରିଷଦ ପକ୍ଷରୁ ଏ ନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତ୍ରି ପ୍ରକାଶ ପାଇଛି।

ଜାରି ବିଜ୍ଞପ୍ତିରେ ଆହୁରି ଉଲ୍ଲେଖ ରହିଛି ଯେ, ସ୍ବତନ୍ତ୍ର ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ନିଜ କଲେଜକୁ ଯାଇ ଅନଲାଇନରେ ପଞ୍ଜିକରଣ କରିବେ। ଏ ବାବଦରେ ସେମାନଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ସମୂର୍ଣ୍ଣ ଦେୟମୁକ୍ତ ରହିବ।

ସେହିପରି ଆହୁରି ଉଲ୍ଲେଖ ରହିଛି ପରୀକ୍ଷାରେ ପ୍ରଶ୍ନ ୨୦୨୧ ବାର୍ଷିକ ପରୀକ୍ଷା ପାଇଁ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସିବ । ତେବେ ପରୀକ୍ଷା ସୂଚୀ ବାବଦରେ ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦିଆଯିବ ବୋଲି ପରିଷଦର ପରୀକ୍ଷା କମିଟିର ଆବାହକ ତଥା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.