Odisha Link
Bridging the Missing Links in Odisha

ଟୋକିଓ ପାରାଲିମ୍ପିକ୍ସରେ ମନୋଜ ସରକାରଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ବର୍ଷା। ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ସଫଳତା ଜାରି ରଖିଛନ୍ତି। ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତ ତରଫରୁ ବ୍ୟାଡମିଣ୍ଟନର ଆଉ ଏକ ବର୍ଗରେ ଭାରତୀୟ ଖେଳାଳି ମନୋଜ ସରକାର ଦେଶ ପାଇଁ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି।

ମନୋଜ ସରକାର ଜାପାନର ଡାଇସୋକେ ଫୁଜିହରାଙ୍କୁ ସିଧା ଗେମରେ ୨୨-୨୦ ଓ ୨୧-୧୩ ସେଟରେ ପରାସ୍ତ କରିଥିଲେ। ଏହି ମୁକାବିଲା ପୁରା ୪୭ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ଗେମ ୨୭ ମିନିଟ ଓ ଦ୍ୱିତୀୟ ଗେମ ୧୯ ମିନିଟ ପର୍ଯ୍ୟନ୍ତ ଖେଳା ଯାଇଥିଲା। ମନୋଜ ସରକାର ଏସଏଲ -୩ ବର୍ଗରେ ଏହି ମ୍ୟାଚ୍ ଜିତିଛନ୍ତି। ଏଥିସହ ଟୋକିଓ ପାରା ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.