Odisha Link
Bridging the Missing Links in Odisha

କରୋନା: ଦିନକରେ ୧୩୧ ଛୁଆ ପଜିଟିଭ

କରୋନା: ରାଜ୍ୟରେ ଉପର ତଳ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିନେ ସଂଖ୍ୟା କମିବାରେ ଲାଗିଛି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ କେବଳ ୦-୧୮ ବର୍ଷ ବୟସର ୧୩୧ ଜଣ ଛୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ୪୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ୩୩୮ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦ଜଣ, ବରଗଡ଼ ଜିଲ୍ଲାରୁ ୫ଜଣ, ଭଦ୍ରକ ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୯୮ଜଣ, ଦେବଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୭ଜଣ, ଯାଜପୁର ଜିଲ୍ଲାରୁ ୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୩ଜଣ, କେନ୍ଦୁଝର ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪୬ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୧୦, ପୁରୀ ୧୨, ରାୟଗଡ଼ା ୨, ସମ୍ବଲପୁର ୨୧, ସୁନ୍ଦରଗଡ଼ ୧୬ଓ ଷ୍ଟେଟ୍‌ ପୁଲରରୁ ୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦,୧୧,୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭,୧୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯,୯୬,୩୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.