Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ରେ ଅମାନିଆ ଗଣିଲେ ୫୦ କୋଟି ତଣ୍ଡ

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଗତ ୨ ବର୍ଷରେ କମିଶନରେଟ ପୁଲିସ୍‌ ଅମାନିଆଙ୍କ ଠାରୁ ଆଦାୟ କରିଛି ୫୦ କୋଟି। କଟକଣା ନ ମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି। କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫ କୋଟି ଟଙ୍କା।

ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଭୁବନେଶ୍ୱରରୁ ୨୦୨୦ ମସିହାରେ ଟ୍ରାଫିକ୍ ନିୟମ ଉଲଂଘନ ବାବଦକୁ ସାଢେ ୧୩ କୋଟି, ବିନା ହେଲମେଟ୍ ବାବଦକୁ ସାଢେ ୮ କୋଟି, ବିନା ସିଟ୍ ବେଲ୍ଟ ପାଇଁ ୬୫ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠୁ ୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ ଆଦାୟ କରିଛି।

୨୦୨୧ ଅଗଷ୍ଟ ସୁଦ୍ଧା କଟକରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାବଦକୁ ୧ କୋଟି, ବିନା ହେଲ୍‌ମେଟ୍ ବାବଦକୁ ୩୪ ଲକ୍ଷ, ବିନା ସିଟ୍‌ବେଲ୍ଟ ବାବଦକୁ ୧୯ ହଜାର ଏବଂ ମାସ୍କ ପିନ୍ଧି ନଥିବା ବାବଦକୁ ସାଢ଼େ ୫ ଲକ୍ଷରୁ ଊର୍ଧ୍ବ ଟଙ୍କା ଆଦାୟ ହୋଇଛି।

Leave A Reply

Your email address will not be published.