Odisha Link
Bridging the Missing Links in Odisha

କରୋନା ଲକ୍ଷଣ ଥିବା ପିଲାଙ୍କୁ ସ୍କୁଲ ନଆସିବାକୁ ପରାମର୍ଶ

 ଭୁବନେଶ୍ୱର: ସ୍କୁଲ ପିଲାଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି। କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ତାକୁ ଦେଖିବାକୁ ପଡିବ। ଏଥିସହ ପିଲାଙ୍କୁ ସଂକ୍ରମଣରୁ ରୋକିବା ପାଇଁ ସର୍ଭିଲାନ୍ସକୁ କଡାକଡି କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, କୋଭିଡ୍ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ। ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯେଉଁ ପିଲାଙ୍କ ଠାରେ ଲକ୍ଷଣ ଦେଖାଦେଉଛି, ସେମାନେ ସ୍କୁଲକୁ ନଆସିବା ଉଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ମେଡିକାଲରେ ଆଡ଼ମିଶନ କମ୍, ଭେଣ୍ଟିଲେଟର ବ୍ୟବହାର କମ୍, ସିଭିଅରିଟି କମ୍ ଅଛି। ଆଇସିୟୁରେ ମାତ୍ର ୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି।

ହସପିଟାଲାଇଜେସନ୍ ରେଟ୍‌ରୁ ଜଣାପଡ଼ୁଛି ଅଧିକାଂଶ ପିଲାଙ୍କର ସାମାନ୍ୟ ଲକ୍ଷଣ ରହିଛି। ଆର୍ ଭାଲ୍ୟୁ ଭୁବନେଶ୍ୱର ଓ କଟକରେ ୧ ଅଛି। ସମ୍ଭାବ୍ୟ ତୃତୀୟ ଲହର ପାଇଁ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତଥାପି ସମସ୍ତେ କଟକଣା ମାନିବାକୁ  ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Leave A Reply

Your email address will not be published.