Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ଆଜି ଦ୍ୱିପହରରେ ରୁପାଣୀ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ରୁପାଣୀ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ।

ଇସ୍ତଫା ଦେଇଥିଲେ ହେଁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ କରିବା ଜାରି ରଖିବେ ବୋଲି କହିଛନ୍ତି। ତେବେ ରୁପାଣୀ କାହିଁକି ଇସ୍ତଫା ଦେଲେ, ତାହା ସ୍ପଷ୍ଟ କରିନାହାନ୍ତି।

ବିଜେପି କ୍ଷମତାସୀନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ନୂଆ ନୁହେଁ। ଗତ ପାଞ୍ଚ ମାସ ଭିତରେ ବିଜେପି ୪ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛି। ଏହା ପୂର୍ବରୁ ଜୁଲାଇରେ କର୍ଣ୍ଣାଟକରୁ ବିଏସ୍ ୟେଦୁରପ୍ପା, ଉତ୍ତରାଖଣ୍ଡରୁ ତୀରଥ ସିଂହ ରାୱତ, ଆସାମରୁ ସର୍ବାନନ୍ଦ ସୋନୋୱାଲଙ୍କ ପରେ ରୁପାଣୀ ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି।