Odisha Link
Bridging the Missing Links in Odisha

ନିର୍ଭୟା ମାମଲାର ପୁନରାବୃତ୍ତି: ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୂରାଇଲେ ରଡ

ମୁମ୍ବାଇ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ପୁନରାବୃତ୍ତି। ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ଦୁଷ୍କର୍ମ ପିଡିତା ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ମୃତ୍ୟୁ ବରଣ କରିଛନ୍ତି। ୩୨ ବର୍ଷୀୟ ଏହି ପିଡିତା ଜଣକ ରାଜାବାଡି ହସ୍ପିଟାଲ୍ ଘାଟକୋପରରେ ଚିକିତ୍ସିତ ହେଉଥିଲେ। ଏନେଇ ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନା ମୁତାବକ, ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ମହିଳାଙ୍କୁ ଶୁକ୍ରବାର ଅଟୋ ଭିତରେ ଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୂରାଇ ‌ଦେଇଥିଲେ। ପରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ଥିତି ଏତେ ସଙ୍କଟାପନ୍ନ ଥିଲା ଯେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କର ଆଜି ମୃତ୍ୟୁ ହୋଇଯାଇଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଷ୍କର୍ମକାରୀ ମୋହନ ଚୌହ୍ବାନ(୪୫)କୁ ଘଟଣା ଘଟିବାର କିଛି ସମୟ ମଧ୍ୟରେ ଗିରଫ କରିଥିଲା।

ପୁଲିସର ସୂଚନାନୁସାରେ, ଗତକାଲି ସକାଳ ସମୟରେ ସାକିନାକାର ଖାଇରାନି ରୋଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନେଇ ଫୋନ କଲ ପାଇଥି‌ଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଘାଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ବୋଲି କୁହାଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଧାରା ୩୭୬, ୩୦୭ରେ ମାମଲା ରୁଜୁ କରିଛି।

ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏନେଇ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ଓ ଏହି ମାମଲାକୁ ଫାଷ୍ଟ ଟ୍ରାକରେ ଶୁଣାଣି କରାଯିବା ନେଇ ନଜର ରଖାଯିବ। ଫଳରେ ପିଡିତାଙ୍କୁ ଖୁବଶୀଘ୍ର ନ୍ୟାୟ ଦିଆଯାଇପାରିବ।

Leave A Reply

Your email address will not be published.