Odisha Link
Bridging the Missing Links in Odisha

ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ପାଣି

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି। ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ବାବାଙ୍କ ଗର୍ଭଗୃହରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯାଇଛି।

ଫଳରେ ସକାଳ ନୀତି ଓ ମଙ୍ଗଳ ଆଳତୀ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏବେ ମଟର ଚାଳିତ ପମ୍ପ ଦ୍ୱାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି।

ସେହିପରି ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ।

Leave A Reply

Your email address will not be published.