Odisha Link
Bridging the Missing Links in Odisha

ଜିରୋରୁ ହିରୋ ହୋଇଥିବାରୁ କେହି ମୋ ନାଁରେ ଅଭିଯୋଗ କରିଛି: କୋଟିପତି ଅଙ୍ଗନବାଡ଼ି ଦିଦି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। କୋଟି କୋଟି ଟଙ୍କାର ସମ୍ପତିକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ତେବେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା ମାଥନଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ମୁଁ ଜୀବନରେ ବହୁ କଷ୍ଟ ସ୍ୱୀକାର କରିଛି। ଅନେକ ବ୍ୟବସାୟ ବି କରିଛି। ସ୍କୁଲ କ୍ୟାଂଟିନରେ ବରା ସିଙ୍ଗଡ଼ା ବି କରି ବିକିଛି। ପିଲାଙ୍କୁ ଟ୍ୟୁସନ ବି କରୁଥିଲି। ଏମିତିବି ସମୟ ଥିଲା ଯେତେବେଳେ ସେ କାକୁଡ଼ିରୁ ଚୋପା ଛଡେ଼ଇ ବି ବିକ୍ରି କରୁଥିଲେ। ସେ କୌଣସି ଆୟ ବର୍ହିଭୂତ ସମ୍ପତି ଅର୍ଜନ କରିନାହାନ୍ତି।

ତାଙ୍କ ସ୍ୱାମୀ ଜଣେ ଓକିଲ। ସେ ଜମିବାଡ଼ି ବ୍ୟବସାୟ ବି କରନ୍ତି। ତାଙ୍କର ଧୂପ ଫିନାଇଲ ବେପାର ବି ଅଛି। ଜିରୋରୁ ହିରୋ ହୋଇଥିବାରୁ କେହି ଜାଣିଶୁଣି ତାଙ୍କ ନାମରେ ଅଭିଯୋଗ କରିଛି ବୋଲି ସେ କହିଛନ୍ତି।

ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ନାମରେ ଯେଉଁ ସମ୍ପତି ଥିବା କୁହାଯାଉଛି ସେଭଳି କିଛି ସମ୍ପତି ନାହିଁ। କେଶୁରାରେ ସେ ଜାଗା କିଣି ଘର କରିଛନ୍ତି ଓ ଗୋଟିଏ ଘରେ ରହୁଛନ୍ତି ବୋଲି କହିଛନ୍ତି। ଅଙ୍ଗନବାଡ଼ି ଦିଦିଙ୍କ ନିକଟରେ କୋଟିକୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବାରୁ ଭିଜିଲାନ୍ସ ଚଢ଼ାଉ କରିଛି। ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।