Odisha Link
Bridging the Missing Links in Odisha

ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧ ଗୁପ୍ତଚର ଅଟକ

ବାଲେଶ୍ୱର: ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧ ଗୁପ୍ତଚର ଅଟକ। ପଡୋଶୀ ଦେଶର ଗୁପ୍ତଚରଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସୂଚନା ଦେଉଥିବା ଅଭିଯୋଗରେ ଅଟକ ରଖିଛି ପୁଲିସ। ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଅଟକ। ଗତକାଲି ରାତିରେ ଠିକା କର୍ମଚାରୀଙ୍କ ଘରୁ ଉଠାଇ ଆଣିଛି ପୋଲିସ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏକ ଠିକା ସଂସ୍ଥାରେ କିଛି ଯୁବକ କାମ କରନ୍ତି। ତେବେ ଏହି ଯୁବକମାନେ ପଡୋଶୀ ଦେଶର ଗୁପ୍ତଚରଙ୍କ ସଂପର୍କରେ ରହିଥିଲେ। ଏପିରିକି ପ୍ରତିରକ୍ଷା ବିଭାଗର କିଛି ଗୁପ୍ତ ତଥ୍ୟକୁ ପଡୋଶୀ ଦେଶର ଗୁପ୍ତଚରଙ୍କୁ ଯୋଗାଉଥିବା ଅଭିଯୋଗ ହୋଇଛି। ସମସ୍ତ ୮ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୮ ସନ୍ଦିଗ୍ଧଙ୍କ ବିଷୟରେ ବିଶେଷ କିଛି ତଥ୍ୟ ହାସଲ ହୋଇନାହିଁ

Leave A Reply

Your email address will not be published.