Odisha Link
Bridging the Missing Links in Odisha

ଡେଲିଭରୀ ବୟ୍‌ଙ୍କୁ ଠାବ, ନିଜେ ରଚିଥିଲେ ଅପହରଣ ନାଟକ

ଭୁବନେଶ୍ୱର: ନିଖୋଜ ଥିବା ଡେଲିଭରି ବଏ ପତିତପାବନ ପୃଷ୍ଟି ଅପହରଣ ଘଟଣାରୁ ପରଦା ହଟିଛି। ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ। ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ। ଅନ୍ୟ ଜଣେ ସାଥୀକୁ ମଧ୍ୟ ଠାବ କରିଛି ପୋଲିସ। ପତିତପାବନକୁ ଆଣିବାକୁ ଯାଇଛି ଟିମ। ତାଙ୍କୁ କେହି ଅପହରଣ କରି ନାହାନ୍ତି କିମ୍ବା କେହି ଆକ୍ରମଣ ହୋଇନି। ସେ ପରିବାର ଲୋକଙ୍କୁ ଅନ୍ଧାରରେ ରଖିବା ଲାଗି ଏଭଳି ନାଟକ ରଚିଥିବା ପୋଲିସ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ସେ ନିଜ ପ୍ରେମିକା ସହ ଫେରାର ହୋଇ ଏବେ ରାଜ୍ୟ ବାହାରେ ଥିବା ଜଣାପଡିଛି। ବିବାହ ପୂର୍ବରୁ ପତିତପାବନ ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ବିବାହ ପରେ ମଧ୍ୟ ଏହା ବଳବତର ରହିଥିଲା। ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ବାରମ୍ବାର ଦାବି କରିଥିଲେ। ସେ ବିବାହିତ ଥିବାରୁ ତାଙ୍କୁ ନେଇ ଫେରାର ହେବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ୧୧ ତାରିଖ ରାତିରେ ସେମାନେ ଘରୁ ପଳାଇଥିଲେ। ହେଲେ ପରିବାର ଲୋକଙ୍କୁ ଅନ୍ଧାରରେ ରଖିବା ଲାଗି ସେ ଏକ ନାଟକ ରଚନା କରିଥିଲା। ପରେ ମୋବାଇଲରେ ଏକ ଭଏସ କଲ ସ୍ତ୍ରୀ ପାଖକୁ ପଠାଇଥିଲା।

ପରଦିନ ଘଟଣା ପ୍ରଘଟ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଭଏସ କଲକୁ ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରି ଏହା ଅପହରଣ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ପରେ ତା’ ମୋବାଇଲ କଲକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। ଇତି ମଧ୍ୟରେ ଜଣେ ଯୁବତୀ ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା। ଯାହା ପୋଲିସ ପାଇଁ ଖୋରାକ ଯୋଗାଇଥିଲା। ପରେ ମୋବାଇଲକୁ ଯାଂଚ କରିବା ପରେ ଦୁହେଁ ଫେରାର ହୋଇଯାଇଥିବା ପୋଲିସ ସ୍ପଷ୍ଟ ହୋଇଥିଲା।

Leave A Reply

Your email address will not be published.