Odisha Link
Bridging the Missing Links in Odisha

ପୁଣି ବିଜେପି ସାଂସଦଙ୍କ ଘରକୁ ବୋମା ମାଡ଼

କୋଲକାତା: ପୁଣି ବିଜେପି ସାଂସଦଙ୍କ ଘରକୁ ବୋମା ମାଡ଼। ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନାର ବେରକପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରକୁ ଆଜି ପୁଣି ଥରେ ବୋମା ମାଡ଼ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କ ଘର ପଛପଟକୁ ବୋମା ମାଡ଼ କରିଥିବା ଜଣାପଡିଛି।

ପୁଲିସ ସୂଚନା ମୁତାବକ, ଆଜି ସକାଳ ୯ଟାରେ ଅର୍ଜୁନ ସିଂଙ୍କ ଘର ପଛ ପଟକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟା ଉଦ୍ୟମ, ଅପରାଧ ଏବଂ ବିସ୍ଫୋରକ ଆଇନ ଅନୁଯାୟୀ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି। ବୋମା ବିସ୍ଫୋରଣ ଘଟଣା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘରର ଆଖପାଖ ଅଞ୍ଚଳରେ ଛାନ୍‌ଭିନ୍ ଜାରି ରଖିଛି।

ପୂର୍ବରୁ ଗତ ୮ ତାରିଖରେ ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା। ତାଙ୍କ ଘରର କବାଟ ଉପରକୁ ଦୁର୍ବୃତ୍ତମାନେ ଦୁଇଟି ବୋମା ମାଡ କରିଥିଲେ। ଏଥିସହ ସିଆଇଏସ୍‌ଏଫ୍‌ ଯବାନ ମୁତୟନ ହୋଇଥିବା ସ୍ଥାନ ଉପରକୁ ମଧ୍ୟ ବୋମା ଫିଙ୍ଗିଥିଲେ। ଏହି ସମୟରେ ବେରକପୁର ସାଂସଦ ଘରେ ଉପସ୍ଥିତ ନଥିଲେ। ଏହି ଘଟଣାର ତଦନ୍ତ ଏନ୍‌ଆଇଏ କରୁଛି।

Leave A Reply

Your email address will not be published.