Odisha Link
Bridging the Missing Links in Odisha

ଓଡ଼ିଶାରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ? ନବରଙ୍ଗପୁର ମଞ୍ଚରୁ କହିଲେ ମୋଦି

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ପରେ ନବରଙ୍ଗପୁର ସମାବେଶରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବରଙ୍ଗପୁର ମଞ୍ଚରୁ ଦୃଢ଼ୋକ୍ତି ଦେଖାଇ ପିଏମ୍‌ ମୋଦି କହିଛନ୍ତି, ଓଡ଼ିଶାରେ ଏଥର ବିଜେଡି ଯିବ। ବିଜେପି ଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଗଢ଼ାହେବ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ। ଓଡ଼ିଶାର ପୁଅ କିମ୍ବା ଓଡ଼ିଶାର ଝିଅ ମୁଖ୍ୟମନ୍ତ୍ରୀ ହେବ, କେହି ବାହାର ଲୋକ ହେବନି। ଯିଏ ଓଡ଼ିଶାର ମାଟିକୁ ମଥାରେ ଲଗେଇ ବୁଲିବ, ତାକୁ ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବନେଇବ ବୋଲି ମୋଦି କହିଛନ୍ତି। ଖାଲି ସେତିକି ନୁହେଁ, ଯିଏ ଏଠାକାର ସମସ୍ୟା ଜାଣିଛି, ସମାଧାନ ଜାଣିଛି। ଯିଏ ଲୋକଙ୍କ ସହ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ। ଏ ହେଉଛି ମୋଦିର ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ଜନସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେ ଆହୁରି କହିଛନ୍ତି, ଲୋକସଭାର ସମସ୍ତ ୨୧ ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ।ଯାହାଫଳରେ ଓଡିଶାକୁ ନୂଆ ଉର୍ଜା ମିଳିବା ସହିତ ନୂଆ ନେତୃତ୍ୱ ମିଳିବ । ଜୁନ୍ ୪ ତାରିଖ ବିଜେଡି ଏକ୍ସପାଏରୀ ଡେଟ୍।ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ।ମୁଁ ଆଜି ସମସ୍ତଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଛନ୍ତି ମୋଦି।

Leave A Reply

Your email address will not be published.