Odisha Link
Bridging the Missing Links in Odisha

ହୀରାକୁଦର ୬ଟି ଗେଟ ଖୋଲାଯିବ: ଏସଆରସି

ଭୁବନେଶ୍ୱର: ଲଘୁଚାପ କାରଣରୁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଛତିଶଗଡ଼ରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସୁଛି। ତେବେ ରୁଲ କର୍ଭ ଅନୁଯାୟୀ ଜଳସ୍ତର ଠିକ ଥିଲେ ମଧ୍ୟ ଆଜି ୬ଟି ଗେଟ ଖୋଲିବାକୁ ଯୋଜନା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା।

ଉପରମୁଣ୍ଡରେ ଆଶାନୁରୂପକ ବର୍ଷା ହୋଇନାହିଁ। ହୀରାକୁଦରେ ରୁଲକର୍ଭ ଅନୁଯାୟୀ ୬୨୪ରୁ ୬୨୯ ମଧ୍ୟରେ ରହିବା କଥା ଏବେ ସେତକି ଅଛି। ଏବେ ବର୍ଷା ଛତିଶଗଡ଼ରେ ହେଉଥିବାରୁ ମହାନଦୀ ଜଳଭଣ୍ଡାରକୁ ଅଧିକ ପାଣି ଆସୁଛି। ଆଜିର ବର୍ଷା ଉପରେ ଏହା ବଢ଼ିବ କି ନାହିଁ ନିର୍ଭର କରିବ। ତେବେ ଆଜି ହୀରାକୁଦ ଜଳଭଣ୍ଡାର ଗେଟ ଖୋଲିବାର ସମ୍ଭାବନା ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ସମୀକ୍ଷା କରାଯାଉଛି।

ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ସେପ୍ଟେମ୍ବରରେ ଏଯାବତ ରାଜ୍ୟରେ ୨୭୫ ମିମି ବର୍ଷା ହୋଇଛି। ପ୍ରଥମ ୧୪ ଦିନ ଭିତରେ ସାଧାରଣତ ସେପ୍ଟେମ୍ବରରେ ୧୧୦ ମିମି ବର୍ଷା ହୋଇଥାଏ। କିନ୍ତୁ ଏଯାବତ ଏ ମାସରେ ୧୫୪% ଅଧିକ ବର୍ଷା ହୋଇଛି। ସେହିପରି ସାରା ରାଜ୍ୟରେ ଲଘୁଚା ପ ଯୋଗୁଁ ୧୫୬ ମିମି ବର୍ଷା ହୋଇଛି। ନବରଙ୍ଗପୁର, ଗଜପତି ଭଳି କେତେକ ଜିଲ୍ଲାକୁ ଛାଡ଼ିଦେଲେ ଲଘୁଚାପ ପ୍ରଭାବରେ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି।

ସେ କହିଛନ୍ତି ଯେ, ନବରଙ୍ଗପୁରରେ ୧୪ ମିମି ବର୍ଷା ହୋଇଛି। ଯେତେବେଳେକି ଗଜପତିରେ ୩୬ ମିମି ବର୍ଷା ହୋଇଛି। ଅପରପକ୍ଷରେ ଦୁଇଦିନ ମଧ୍ୟରେ ବୌଦ୍ଧରେ ସର୍ବାଧିକ ୩୬୧ ମିମି, ପୁରୀରେ ୩୬୦ ମିମି, ଜଗତସିଂହପୁରରେ ୩୫୫ ମିମି, ସୁବର୍ଣ୍ଣପୁରରେ ୨୯୫ ମିମି, କଟକରେ ୨୭୫ ମିମି, ଯାଜପୁରରେ ୨୭୧ ମିମି, ଢେଙ୍କାନାଳରେ ୨୩୯ ମିମି, ଅନୁଗୁଳରେ ୨୨୪ ମିମି, ଖୋର୍ଦ୍ଧାରେ ୨୨୧ ମିମି, ନୟାଗଡ଼ରେ ୨୧୯ ମିମି ବର୍ଷା ହୋଇଛି। ଅପରପକ୍ଷରେ ବାଲେଶ୍ୱର ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ଏହାଛଡ଼ା ୯ ଜିଲ୍ଲାରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି। ନବରଙ୍ଗପୁରକୁ ଛାଡ଼ିଦେଲେ ସବୁ ଜିଲ୍ଲାରେ ଅଧିକ ହୋଇଛି। ସେହିପରି ଅସ୍ତରଙ୍ଗ ବ୍ଳକରେ ଦୁଇଦିନରେ ୫୯୩ ମିମି, କାକଟପୁରରେ ୫୩୮.୫ ମିମି, ବୀରମହାରାଜପୁରରେ ୫୭୨ ମିମି ବର୍ଷା ହୋଇଛି। ସେହିପରି ବୌଦ୍ଧରେ ୪୪୬ ମିମି, କଟକରେ କଂଟାପଡ଼ା ଠାରେ ୪୪୪ ମିମି, ନିଆଳିରେ ୪୪୦ ମିମି, ବାଲିକୁଦାରେ ୪୩୯ ମିମି ବର୍ଷା ହୋଇଥିବାବେଳେ ୨୪ ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ହୋଇଛି।

Leave A Reply

Your email address will not be published.