Odisha Link
Bridging the Missing Links in Odisha

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଭୁବନେଶ୍ୱରରୁ ଦୁଇ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ପାଖାପାଖି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍। ଗିରଫ ଦୁଇ ଅଭିଯୁକ୍ତ ରକିବୁଲ ଲସ୍କର ଓ ସୁଧନ୍ୟ ଗୟାନ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

ଭୁବନେଶ୍ୱର ରସୁଲଗଡ ଓଭରବ୍ରିଜ ତଳେ ବ୍ରାଉନସୁଗାର ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଧରିଥିଲା ଏସଟିଏଫ ଟିମ୍। ଏହି ଅଭିଯୁକ୍ତମାନେ ପଶ୍ଚିମବଙ୍କ ଲାଲଗଲାରୁ ବ୍ରାଉନସୁଗାର ଆଣି ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ଅଂଚଳରେ ବେଧଡ଼କ କାରବାର କରୁଥିଲେ।

ଏନେଇ ଏସଟିଏଫ ପାଖରେ ପୂର୍ବରୁ ଖବର ଥିଲା। ଆଉ ଯେତେବେଳେ ବ୍ରାଉନସୁଗାର ବିକ୍ରି ନେଇ ଡିଲ ହେଉଥିଲା ସେତେବେଳେ ଏସଟିଏଫର ସତନ୍ତ୍ର ଟିମ ରେଡ କରି ଗିରଫ କରିଥିବା ବେଳେ ତଦନ୍ତ ବେଳେ ଏମାନଙ୍କ ଠାରୁ ଆହୁରି ଅନେକ ତଥ୍ୟ ହାତରେ ଲାଗିଥିବା ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି ତେଜରାଜ ପଟେଲ। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ କରୁଛି ଏସଟିଏଫ।

Leave A Reply

Your email address will not be published.