Odisha Link
Bridging the Missing Links in Odisha

ପୁଲିସକୁ ବଡ଼ ସଫଳତା, ଦୁର୍ଦ୍ଦାନ୍ତ ମାଓନେତା ଶଙ୍କର ଗିରଫ

ଭୁବନେଶ୍ବର: ଗିରଫ ହେଲା ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର। ଏନେଇ ସୂଚନା ଦେଇଛନ୍ତି ଖୋଦ୍‌ ପୁଲିସ ଡିଜି ଅଭୟ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଶଙ୍କରକୁ ଗିରଫ କରିିଛି ପୁଲିସ୍।

କୋରାପୁଟ ଡିଭିଏଫ୍, ଏସ୍‌ଓଜି, ବିଏସ୍‌ଏଫ୍‌ ମିଳିତ ଅପରେସନରେ ଗିରଫ ହୋଇଛି ଶଙ୍କର। ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ ମିଲିଟାରୀ କମିଶନ ସଦସ୍ୟ ଥିଲା ଶଙ୍କର। କୁଖ୍ୟାତ ମାଓବାଦୀ ଶଙ୍କରଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୁଲିସ। ବିଗତ ୨୦ ବର୍ଷ ମଧ୍ୟରେ ଧରାପଡ଼ିଥିବା ସବୁଠୁ ବଡ଼ ମାଓନେତା ହେଉଛି ଶଙ୍କର ବୋଲି ଡିଜି ଅଭୟ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଚଳିତବର୍ଷ ଏପର୍ଯ୍ୟନ୍ତ ୨୬ ଜଣ ମାଓବାଦୀ ଆତ୍ମସପର୍ପଣ କରିଛନ୍ତି।

୨୦୦୯ ନାଲକୋ ହମଲା, ୨୦୧୦ ଗୋବିନ୍ଦପାଲି ବ୍ଲାଷ୍ଟରେ ସଂପୃକ୍ତ ଥିଲା ଶଙ୍କର। ଶଙ୍କରକୁ ଆଜି କୋର୍ଟ ଚାଲାଣ କରାଯିବ। ପରେ ଆମେ ତାକୁ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କରିବୁ ବୋଲି ପୁଲିସ୍‌ ଡିଜି ଅଭୟ କହିଛନ୍ତି।

Leave A Reply

Your email address will not be published.