Odisha Link
Bridging the Missing Links in Odisha

ରନ୍ଧା ଓ ଶୁଖିଲା ଖାଦ୍ୟ ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ ଏସଆରସିଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷା ଯୋଗୁଁ ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ। ଯଦି ଜନବସତି ପ୍ରବାଭିତ ହୁଏ, ତେବେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଯୋଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।