Odisha Link
Bridging the Missing Links in Odisha

ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ପାଣି ସୁଅରେ ଭାସିଯାଇ ପ୍ରାଣ ହରାଇଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ରିଲିଫ୍ କୋଡ୍ ଅନୁସାରେ ଜ୍ୟୋତିପ୍ରକାଶଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏକ୍ରାମ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସୂଚନାଯୋଗ୍ୟ,୧୯ ଘଣ୍ଟାର ଅପରେସନ ପରେ ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ପୋଷ୍ଟମର୍ଟମ ପାଇଁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲକୁ ନିଆଯାଇଛି। ପୁଅର ମୃତଦେହକୁ ଦେଖି ବାରମ୍ବାର ହସ୍ପିଟାଲରେ ଅଚେତ ହୋଇଯାଉଛନ୍ତି ଜ୍ୟୋତିଙ୍କ ମା’।

ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ କାଲିଠାରୁ ମୁକୁଳା ଡ୍ରେନରେ ଭାସିଯାଇ ନିଖୋଜ ଥିଲେ। ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନି ପଟେ ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ଛାତ୍ର ଜଣକ। ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଡ୍ରେନରେ ପଡ଼ି ଭାସିଯାଇଥିଲେ। ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।