Odisha Link
Bridging the Missing Links in Odisha

CHSE ସାମ୍ନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଉଚିତ୍ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଦେଇଛନ୍ତି ଛାତ୍ରୀ। ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଥିବା ନେଇ ଜଣାପଡିଛି। ଉଚିତ୍ ମୂଲ୍ୟାୟନ ଦାବି ପୂରଣ ନହେବାରୁ ଛାତ୍ରୀଜଣଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ। ଦଶମ ମାର୍କ ଆଧାରରେ ମୁଲ୍ୟାଙ୍କନ କରିବାକୁ ଦାବି କରିଥିଲେ। ଏହା ସହିତ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ। କିନ୍ତୁ କୌଣସି ଦାବି ପୂରଣ ନହେବା ଅଭିଯୋଗରେ ଛାତ୍ରୀଜଣଙ୍କ CHSE ଅଫିସରେ ସମ୍ମୁଖରେ ହାତ କାଟିଛନ୍ତି।

Leave A Reply

Your email address will not be published.