Odisha Link
Bridging the Missing Links in Odisha

ମିଳିଲାନି ଟିକେଟ୍; ପଦ୍ମ ଧରିଲେ ପର୍ଶୁରାମ

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିର ପାଣିପାଗ ଦିନକୁ ଦିନ ବଢିବାର ଲାଗିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି।

ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ସୋର ବିଧାୟକ ପର୍ଶୁରାମ ଧଡ଼ା ଆଜି ବିଜେପିରେ ସାମିଲ ହୋଇଛନ୍ତି। ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଇସ୍ତଫା ଦେବା ପରେ ପର୍ଶୁରାମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ନିର୍ବାଚନ ନିଶ୍ଚିତ ଲଢ଼ିବି। ତେବେ ଦଳରୁ ଲଢ଼ିବି ନା ସ୍ୱାଧୀନ, ଲୋକଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ନେବି। କିନ୍ତୁ ଟିକେଟ ନଦେବା ବିଜେଡି ପାଇଁ ମହଙ୍ଗା ପଡ଼ିବ କି ନା, ସମୟ କହିବ ବୋଲି ସେ କହିଥିଲେ।

Leave A Reply

Your email address will not be published.