ହୁ ହୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଏଲ୍ ବ୍ୟୁରୋ: ଢେଙ୍କାନାଳରେ ଘଟିଥିବା ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ହୁ ହୁ ହୋଇ ନିଆଁ ଲାଗି ଜଳିଗଲା ବସ୍ ଜଳିଯାଇଛି। ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ବସ୍ ଜଳିଯାଇଛି। ବସ୍ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ଦ୍ବାରା ନିଆଁ ଆୟତ୍ତ କରାଯାଇଛି। ତେବେ ବସରେ ୪୦ ଜଣ ଯାତ୍ରୀ ନିଆଁ ଲାଗିବ ପୂର୍ବରୁ ଥିଲେ ବୋଲି ସୂଚନା ରହିଛି।