Odisha Link
Bridging the Missing Links in Odisha

ଲାଗୁଛି ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି… ଏଭଳି କାହିଁକି କହିଲେ ମୋଦି ?

ଓଏଲ୍‌ ବ୍ୟୁରୋ: ଦେଶରେ ଆଜି ଲୋକସଭା ନିର୍ବାଚନର ଦ୍ବିତୀୟ ଚରଣ ମତଦାନ ଚାଲିଛି। ଜନତା ଉତ୍ସାହର ସହିତ ଲୋକତନ୍ତ୍ରର ମହାପର୍ବ ପାଳନ କରୁଛନ୍ତି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦାରେ ପ୍ରଚାର କରୁଛନ୍ତି। ଜନସଭାକୁ ସମ୍ବୋଧିତ କରି ମୋାଦି ଟିଏମ୍‌ସି ଓ କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି, ଏପରି ଲାଗୁଛି ଯେପରି ପୂର୍ବ ଜନ୍ମରେ ମୁଁ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲି, ନଚେତ ଆସନ୍ତା ଜନ୍ମରେ ପଶ୍ଚିମବଙ୍ଗର କେଉଁ ମା’ କୋଳରେ ଜନ୍ମ ହେବି। ଯାହାକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା।

ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏପରି ଏକ ସମୟ ଥିଲା ଯେବେ ପଶ୍ଚିମବଙ୍ଗ ସମଗ୍ର ଦେଶର ବିକାଶର ନେତୃତ୍ବ ନେଉଥିଲା। ହେଲେ ପ୍ରଥମେ ବାମପନ୍ଥୀ ଓ ପରେ ଟିଏମ୍‌ସି ପଶ୍ଚିମବଙ୍ଗର ମହନାତାକୁ କ୍ଷୁର୍ଣ୍ଣ କରିଛନ୍ତି। ବଙ୍ଗଳାର ସମ୍ମାନକୁ ତଳି ତଳାନ୍ତ କରି ଦେଇଛନ୍ତି। ବିକାଶରେ ପ୍ରତିବନ୍ଧକ ସାଜିଛନ୍ତି। ଟିମିସିର ଶାସନ ସମୟରେ ବଙ୍ଗଳାରେ ବାସ୍‌ ଗୋଟିଏ କଥା ଚାଲିଛି ହଜାର କୋଟିର ଦୁର୍ନୀତି। ଘୋଟାଲା ଟିଏମ୍‌ସି କରୁଛି ଆଉ ଭୋଗୁଛନ୍ତି ଜନତା।

ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ପଶ୍ଚିମବଙ୍ଗବାସୀଙ୍କ ଏତେ ଭଲ ପାଇବା ଦେଖି ମୋ’ ହୃଦୟ ତରଳି ଯାଉଛି। କାରଣ ଏତେ ଭଲ ପାଇବା ମୁଁ କେବେ ମୋ’ ଜୀବନରେ ପାଇନି। ଏପରି ଲାଗୁଛି ଯେପରି ପୂର୍ବ ଜନ୍ମରେ ମୁଁ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲି, ନଚେତ ଆସନ୍ତା ଜନ୍ମରେ ପଶ୍ଚିମବଙ୍ଗର କେଉଁ ମା’ କୋଳରେ ଜନ୍ମ ହେବି।

Leave A Reply

Your email address will not be published.