Odisha Link
Bridging the Missing Links in Odisha

ସନ୍ଦିଗ୍ଧଙ୍କୁ ସାବାଡ଼; ବନ୍ଦ ହେବ ୧୧ ହଜାର ଫୋନ ନମ୍ବର

ଓଏଲ୍‌ ବ୍ୟୁରୋ: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଏବେ ମୋବାଇଲ ଫୋନ ଉପରେ ନିର୍ଭରଶୀଳ। ସକାଳର ନିତ୍ୟକର୍ମ ଭଳି ଆଖି ଖୋଲିଲେ ସମସ୍ତଙ୍କୁ ମୋବାଇଲ ନିଶା ଘାରିବାରେ ଲାଗିଛି। ତେବେ ସିମ କାର୍ଡ ବିନା ବି ମୋବାଇଲ ଅସମ୍ଭବ ହୋଇପଡ଼ିଅଛି। ଏସବୁ ଭିତରେ ସିମ କାର୍ଡକୁ ନେଇ ଏକ ବଡ ଖବର ଦେଇଛି ଟେଲିକମ ବିଭାଗ (ଡଟ୍)।

ଟେଲିକମ ବିଭାଗ (ଡଟ୍) ଏହି ନମ୍ବର ଗୁଡିକୁ ବ୍ଲକ କରିବାକୁ ଟେଲିକମ୍ ସେବା ଯୋଗାଣକାରୀ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି। ଚାକ୍ସୁ ପୋର୍ଟାଲ ଲଞ୍ଚ ହେବାର ମାସକ ମଧ୍ୟରେ ଡଟ୍ ଏଭଳି ନିର୍ଦ୍ଦେଶ ଦେଇଛି। ଏହି ନମ୍ବରଗୁଡିକ ସନ୍ଦିଗ୍ଧ କାର୍ଯ୍ୟକଳାପ ସହ ଜଡ଼ିତ ଥିବାରୁ ବନ୍ଦ କରାଯିବ। ଟେଲିକମ କମ୍ପାନିଗୁଡିକ ସହ ମିଳିତ ହୋଇ ଡଟ୍ ୭୦୦ ଏସ୍ଏମ୍ଏସ୍ ଟେମ୍ପ୍ଲେଟକୁ ବ୍ଲକ କରିଛି। ସଂଚାର ସାଥୀ ପୋର୍ଟାଲରେ ଥିବା ଚାକ୍ସୁ ସୁବିଧା ଦ୍ୱାରା ଲୋକମାନେ ସନ୍ଦିଗ୍ଧ କଲ୍, ଏସ୍ଏମ୍ଏସ୍କୁ ରିପୋର୍ଟ ମାରିପାରିବାର ସୁବିଧା କରାଯାଇଛି।

Leave A Reply

Your email address will not be published.