Odisha Link
Bridging the Missing Links in Odisha

ସରଗରମ ରାଜ୍ୟ ରାଜନୀତି; ଓଡ଼ିଶା ଆସିବେ ନଡ୍ଡା

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିର ପାଣିପାଗ ଦିନକୁ ଦିନ ବଢିବାର ଲାଗିଛି। ଏହି କ୍ରମରେ ଓଡ଼ିଶା ମୁହାଁ ମନବଳାଇଛନ୍ତି କେନ୍ଦ୍ରୀୟ ନେତା। ଗତକାଲି ସୋନପୁର ମାଟିରୁ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହ ନିର୍ବାଚନ ବିଗୁଲ ଫୁଙ୍କିଥିବାବେଳେ ଆସନ୍ତା ୨୮ରେ ଓଡ଼ିଶା ଆସିବେ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା। ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ଯୋଗ ଦେବେ। ନବରଙ୍ଗପୁରରେ ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଏନେଇ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସୋନପୁର ମାଟିରୁ ଶାହ ରଣହୁୁଙ୍କାର ଦେଇଛନ୍ତି। ଜୟ ଜଗନ୍ନାଥ କହି ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ। ଏଥିସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହିତ ବିଜୟ ସଂକଳ୍ପ ସମାବେଶରେ କର୍ମୀଙ୍କ ମଧ୍ୟରେ ଜୋଶ ଭରିଛନ୍ତି ଶାହ। ସେ କହିଥିଲେ, ଆଜି ପ୍ରଥମଥର ପାଇଁ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଛି।

ଯେଉଁ ଆଡେ ମୁଁ ଯାଉଛି, ସବୁଠି ମୋଦି ମୋଦି ନାରା ଗୁଞ୍ଜରିତ ହେଉଛି। ଆଜି ଓଡ଼ିଶାରେ ବି ମୋଦିମୟ ମାହୋଲ ଦେଖିବାକୁ ମିଳିଛି। ଓଡ଼ିଶା ଲୋକ ମଧ୍ୟ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି। ଓଡ଼ିଶାବାସୀ ୨୦ରୁ ଅଧିକ ଲୋକସଭା ଆସନ ଦେଇ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି। ଏଥିସହିତ ଓଡ଼ିଶାର ଜନତା ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଧର୍ମ, ଗୌରବ ଓ ଅସ୍ମିତା ପାଇଁ ପ୍ରଥମ ଥର ବିଜେପିର ପୂର୍ଣ୍ଣ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ରାଜ୍ୟ ରାଜନୀତିରେ ଏହାର କେତେ ପ୍ରଭାବ ପଡିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.